Sunday, September 30, 2018

ନାସା ଯିବେ ଓଡିଶା ଝିଅ


ବାଲେଶ୍ୱର, ୩୦/୯  : ନାସା ଯିବେ ଓଡ଼ିଶା ଝିଅ  । ୯ ଦିନ ପାଇଁ ନାସା ଟ୍ରିପ୍‍ରେ ଯିବେ ବାଲେଶ୍ୱର ଗୋପାଳ ଗାଁର ଦୀକ୍ଷା ଗୁପ୍ତା  । ନ୍ୟାସନାଲ୍‍ ଏରୋନଟିକ୍ସ ଆଣ୍ଡ ସ୍ପେସ୍‍ ଆଡମିନିଷ୍ଟ୍ରେସନ୍‍ ପକ୍ଷରୁ ହେବାକୁ ଥିବା ଏକ ଆନ୍ତର୍ଜାତୀୟ ସମ୍ମିଳନୀ ପାଇଁ ଦୀକ୍ଷା ଗୁପ୍ତା ମନୋନୀତ ହୋଇଛନ୍ତି  । ଏହି ଖବର ପ୍ରକାଶ ପାଇବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି  । ତେବେ ସେଣ୍ଟ ଭିନସେଣ୍ଟ ସ୍କୁଲ୍‍ର ନବମ ଶ୍ରେଣୀର ଛାତ୍ରୀ ଦୀକ୍ଷା ବାଲେଶ୍ୱର ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି  । ‘ଗୋ ଫର ଗୁରୁ’ ଏକ ଅନ୍‍ଲାଇନ୍‍ ସାଇଟ୍‍ରେ ‘ଇଫ୍‍ ୟୁ ହେଡ ମିଟ୍‍ ଆନ୍‍ ଏଲିଅନ ଇନ ମାର୍ସ’ ପ୍ରବନ୍ଧ ପ୍ରତିଯୋଗିତାରେ ଦୀକ୍ଷା ଭାଗ ନେଇଥିଲେ  । ଏହି ପ୍ରତିଯୋଗିତାରେ ୬ଟି ଦେଶର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ  । ସେଥିମଧ୍ୟରୁ ଦୀକ୍ଷା ମନୋନୀତ ହୋଇ ୯ ଦିନିଆ ନାସା ଟ୍ରିପ୍‍ ପାଇଁ ନାସା ପକ୍ଷରୁ ମନୋନୀତ ହୋଇଛନ୍ତି  । ନଭେମ୍ବର ୮ରେ ସେ ୯ ଦିନ ପାଇଁ ନାସା ଯିବେ  । ସେଠାରେ ଆନ୍ତର୍ଜାତୀୟ ସମ୍ମିଳନୀରେ ସ୍ପେସ୍‍ ଏଷ୍ଟ୍ରୋନେଟ୍‍ମାନଙ୍କ ସହ ଆଲୋଚନା ଓ ପ୍ରତିଯୋଗିତା ହେବ  । ସେଥିରେ ଟପ୍‍ ଫାଇଭ୍‍ରେ ମନୋନୀତ ହେଲେ ନାସାରେ ମାଗଣାରେ ପାଠ ପଢ଼ିବାର ସୁଯୋଗ ମିଳବ ବୋଲି ଦୀକ୍ଷା ଗୁପ୍ତା କହିଛନ୍ତି  । ଏହି ପ୍ରତିଯୋଗୀତାରେ ୬ଟି ଦେଶ ଯଥା ଜାପାନ, ଇଣ୍ଡୋନେସିଆ,ମାଲେସିଆ, ଚାଇନା, କୁଏତ୍‍ ଏବଂ ଭାରତର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ  । କେବଳ ଭାରତରୁ ବିଭିନ୍ନ ସ୍କୁଲ୍‍ରୁ ୩ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ  । ସେମାନଙ୍କ ମଧ୍ୟରୁ ଭାରତ ତାମିଲନାଡ଼ୁ ଓ ରାଜସ୍ଥାନରୁ ୨ ଜଣ ମନୋନୀତ ହୋଇଥିବାବେଳେ ଓଡ଼ିଶାରୁ କେବଳ ଦୀକ୍ଷା ମନୋନୀତ ହୋଇଛନ୍ତି  । ଭବିଷ୍ୟତରେ ମେଡିକାଲ୍‍ ରିସର୍ଚ୍ଚ କ୍ଷେତ୍ରରେ ଯିବାକୁ ଚାହାନ୍ତି ବୋଲି ଦୀକ୍ଷା କହିଛନ୍ତି  ।

No comments:

Post a Comment